ମୁମ୍ବାଇ: ଖୁବ୍ ଶୀଘ୍ର ପରଦାକୁ ଆସୁଛି ‘କେଜିଏଫ୍: ଚ୍ୟାପ୍ଟର ୨’ । ଭାରତୀୟ କନ୍ନଡ଼ ଭାଷାର ଏହି ଫିଲ୍ମଟି ୨୦୨୦ ଅକ୍ଟୋବର ୨୩ ରେ ପରଦାକୁ ଆସିବ । ମୁଖ୍ୟ ଭୂମିକାରେ କନ୍ନଡ଼ ଷ୍ଟାର ୟଶ୍ ଥିବା ବେଳେ ବଲିଉଡ୍ର ମୁନ୍ନା ଭାଇ ସଞ୍ଜୟ ଦତ୍ତ ଏଥିରେ ଖଳନାୟକ ଭୂମିକାରେ ନଜର ଆସିବେ । ଫିଲ୍ମଟିକୁ ଚାରୋଟି ଭାଷାରେ ଡବିଂ କରାଯିବ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ବଲିଉଡ଼୍ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ନଜର ଆସିବେ । ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ୍ ଓ ପ୍ରଯୋଜନା କରିଛନ୍ତି ବିଜୟ କିରୁଗଣ୍ଡୁର । ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଲୁକ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛି । ଜୁଲାଇ ୨୯ ତାରିଖରେ ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଦିନ ରିଲିଜ ହୋଇଥିଲା ଫିଲ୍ମର ପ୍ରଥମ ପୋଷ୍ଟର । ‘କେଜିଏଫ୍’ ର ପ୍ରଥମ ଭାଗ ପରି ଏହି ଭାଗଟି ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ନିର୍ମାତା ଆଶା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0