ଭୁବନେଶ୍ୱର: ଆଜିଠୁ ଖୋଲିଲା ଜିମ୍ ଓ ଯୋଗ କେନ୍ଦ୍ର । ପୂର୍ବରୁ କରୋନାକୁ ଦୃଷ୍ଟିରେ ସବୁ ଜିମ୍ ଓ ଯୋଗ କେନ୍ଦ୍ର ଗୁଡିକ ବନ୍ଦ ହୋଇ ଯାଇଥିଲା । ପୁଣି କୋଭିଡ କଟକଣା ଭିତରେ ଜିମ୍ ଓ ଯୋଗ କେନ୍ଦ୍ର ଗୁଡିକ ଖୋଲିବାକୁ ଅନୁମତି ମିଳିଛି । ଏଥିସହ ଲାଗୁ ହୋଇଥିବା ନିୟମ ଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତି କମ୍ରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ବ୍ୟାୟାମ ସମୟରେ ମାସ୍କ ନ ପିନ୍ଧିବାକୁ କୁହାଯାଇଛି । ବିଶେଷ କରି ଏନ୍- ୯୫ ମାସ୍କକୁ ବାରଣ କରାଯାଇଛି । ଜିମ୍ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି । ସେହିପରି ଯୋଗ ଅନୁଷ୍ଠାନରେ ଗୋଟିଏ ମ୍ୟାଟକୁ ଏକାଧିକ ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ । ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ମ୍ୟାଟ ନେଇ ଯିବାକୁ କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0