କରାଚି: କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର ହେବା ପରେ ପ୍ରଥମ ବାର୍ଷିକ ପାଳନ ଲାଗି ଗତ କାଲି ପାକିସ୍ତାନରେ ଆୟୋଜିତ ଏକ ରାଲି ଉପରେ ଗ୍ରେନେଡ୍ ଆକ୍ରମଣ ଯୋଗୁଁ ୩୦ ଜଣ ଆହତ ହୋଇଛନ୍ତି । ଆହାତ ମାନଙ୍କୁ ତୁରନ୍ତ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିବା ସୂଚନା ମିଳିଛି । ସମଗ୍ର ପାକିସ୍ତାନରେ ଏହି ଭଳି କେତେଗୁଡିଏ ରାଲି ଚାଲିଥିଲା । କରାଚି ରାଲିର ଆୟୋଜକ ଥିଲେ ଧାର୍ମିକ ଅଧିକାର ଦଳ ‘ଜମାତ୍-ଏ-ଇସଲାମ’ । ଆକ୍ରମଣ ପରେ ଏହି ରାଲି ପ୍ରତ୍ୟାହୃତ ହୋଇଥିଲା । ଗତ କିଛି ମାସ ହେବ ପୁଣି ସକ୍ରିୟ ହୋଇ ଉଠିଥିବା ବିଛିନ୍ନତାବାଦୀ ସଙ୍ଗଠନ ‘ ସିନ୍ଧୁଦେଶ ରିଭୋଲ୍ୟୁସନ ଆର୍ମି’ ଏହି ଆକ୍ରମଣ କରିଥିବା ଦାବି କରିଛି । ଜୁନ୍ ମାସରେ ଲଗାତାର ତିନୋଟି ବିସ୍ଫୋରଣ କାରଣରୁ ଦୁଇଜଣ ସୈନିକ ସମେତ ଚାରି ଜଣ ବ୍ୟକ୍ତି ନିହତ ହୋଇଥିବା ଘଟଣା ପାଇଁ ‘ସିନ୍ଧୁଦେଶ ରିଭୋଲ୍ୟୁସନ ଆର୍ମି’ ଦାୟୀ ବୋଲି କହିଥିଲା । ସୂଚନା ମୁତାବକ, ପାକିସ୍ଥାନର ରାଜଧାନୀ କରାଚି ସିନ୍ଧୁ ପାକିସ୍ତାନୀ ସଂଘୀୟ ବ୍ୟବସ୍ଥାରୁ ପୃଥକ ହେଉ ବୋଲି ‘ସିନ୍ଧୁଦେଶ ରିଭୋଲ୍ୟୁସନ ଆର୍ମି’ ଚାହୁଁଛି । ସେଥିପାଇଁ ସେମାନେ ଦକ୍ଷିଣପୂର୍ବ ପାକିସ୍ତାନର ବାଲୋଚିସ୍ତାନ ଅଞ୍ଚଳରେ ବୃହତ୍ତର ସ୍ୱୟଂଶାସନ ନିମନ୍ତେ ଲଢେଇ କରୁଥିବା ବିଦ୍ରୋହୀ ସଂଗଠନ ‘ବାଲୋଚିସ୍ତାନ ଲିବରେସନ୍ ଆର୍ମି’ ସହ ମିତ୍ରତା କରିଥିବା ଘୋଷଣା କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0