spot_img

ମାଲଗୋଦାମରେ ଲାଗୁ ହେଲା ନୂଆ ନିୟମ, ସିଏମସି ପକ୍ଷରୁ ସୂଚନା

କଟକ: ରାଜ୍ୟରେ ମାଲଗୋଦାମର ବିଭିନ୍ନ ଦୋକାନ ଖୋଲିବା ନେଇ ଲାଗୁ ହେଲା ନୁତନ ନିୟମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏଥର ପ୍ରତି ବୁଧବାର ମାଲଗୋଦାମ ଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ପୂର୍ବରୁ ଶନିବାର ଓ ରବିବାର ସଟଡାଉନ ରହିବା ହେତୁ ସେହି ଦୁଇ ଦିନ ବି ବନ୍ଦ ରହିବ ମାଲଗୋଦାମ । ଏହାଛଡା ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକନଗୁଡିକ ସକାଳ ୭ଟାରୂ ୧୦ଟା ଖୋଲାଯିବ । ସେହିପରି ହୋଲସେଲିଂ ଗୋଦାମକୁଡିକ ଦିନ ୧୦ଟାରୁ ୨ଟା ଯାଏଁ ଖୋଲା ରହିବ । ଖୁଚୁରା ଦୋକନଗୁଡିକ ଦିନ ୨ଟାରୁ ୮ଟା ଯାଏଁ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ସୂଚାନ ମିଳିଛି । ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ ୬୨ ଜଣ ପୁରୁଷ ଓ ୫୦ ଜଣ ମହିଳାଙ୍କ ଆଜି କରୋନା ରିର୍ପୋଟ ପଜିଟିଭ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular