spot_img

କ୍ୱାରେଣ୍ଟାଇନରେ ଗଲେ ବୁର୍ଲା ମେଡ଼ିକାଲର ୭୦ ଜଣ ଡ଼ାକ୍ତର

ସମ୍ବଲପୁର: ବୁର୍ଲା ଭୀମସାରର ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ମେଡ଼ିସିନ ବିଭାଗର ୩୮ଜଣ ଡ଼ାକ୍ତରଙ୍କ ସମେତ ୭୦ଜଣ ଡ଼ାକ୍ତର କ୍ୱରେଣ୍ଟାଇନରେ ରହିବେ ବୋଲି ଭୀମସାର ନିଦେ୍ର୍ଦଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ୯ଜଣ ଡ଼ାକ୍ତର ଗତ ମଙ୍ଗଳବାର ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଡ଼ାକ୍ତରମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ । ସେଥିପାଇଁ ସେମାନଙ୍କୁ କ୍ୱରେଣ୍ଟାଇନରେି ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଏହାସହ ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡ଼ିସିନ ବିଭାଗ ଓପିଡ଼ ବନ୍ଦ ରହିବ । ମେଡ଼ିସିନ ବିଭାଗ ଓପିଡ଼ିକୁ ଆସୁଥିବା ରୋଗୀ ଜେନେରାଲ ଓପିଡରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ନମ୍ବର ଜାରି କରାଯାଇଛି । ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡ଼ିସିନ ସୁବିଧା ପାଇପାରିବେ ରୋଗୀ । କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷପ ନିଆଯାଇଥିବା ଭୀମସାର ନିଦେ୍ର୍ଦଶକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular