spot_img

ଅହମ୍ମଦାବାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ମୃତ

ଅହମ୍ମଦାବାଦ: ବୁଧବାର ରାତିରେ ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟି ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଚତୁର୍ଥ ମହଲାରେ ଥିବା ଆଇସିୟୁରୁ ନିଆଁ ଲାଗି ଅନ୍ୟ ୱାର୍ଡକୁ ବ୍ୟାପିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୫ଜମ ପୁରୁଷ ଥିବା ବେଳେ ୩ଜମ ମହିଳା ରହିଛନ୍ତି । ଇଲେକ୍ଟ୍ରିକ୍ ସର୍ଟସର୍କିଟରୁ ନିଆ ଲାଗିଥିବା ଜଣା ପଡିଛି । ଅଗ୍ନିକାଣ୍ଡ ପରେ କର୍ତ୍ତୁପକ୍ଷ ୪୦ରୁ ଅଧିକ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବା ପାଇଁ ସ୍ଥିର କରାଯାଇଛି । ତିନି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିର୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ କହିଛନ୍ତି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଗ୍ନିକାଣ୍ଡ ମୃତକ ପରିବାର ପ୍ରତି ମୋର ସମବେଦନା । ଆହତ ହୋଇଥିବା ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular