spot_img

ଜାଲ୍ ନୋଟ୍ କାରବାର, ମହିଳାଙ୍କୁ ଧରିଲା ପୋଲିସ

ରାୟଗଡ଼ା : ପୁଣି ରାୟଗଡ଼ା ଅଞ୍ଚଳରେ ଜାଲ ନୋଟ କାରବାର ସକ୍ରିୟ । ଏହି କାରବାରରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ପରେ ରାୟଗଡ଼ା ଗୁଣୁପୁର ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ରେହମନ୍ ବିବି । ମହିଳା ଜଣଙ୍କ ଚାରୋଟି ୨ ହଜାର ଟଙ୍କିଆ ଜାଲ ନୋଟ ନେଇ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡରୁ କ୍ଷୀର କିଣିଥିଲେ । ଏପରିକି ଏହି ୨ହଜାର ଟଙ୍କା ରେଜା କରିବା ପାଇଁ ଚେଷ୍ଟା କରିଥିବା ବେଳେ ସେଠାରେ ଥିବା ବ୍ୟବସାୟୀ ଜାଣିପାରିଥିଲେ । ଫଳରେ ଲୋକମାନେ ପାଟି କରିବାରୁ ପାଟ୍ରେଲିଂରେ ଥିବା ପୋଲିସ ମହିଳାଙ୍କୁ କାବୁ କରିଥିବାରୁ ଜଣାପଡ଼ିଛି ।

ହେଲେ ଟଙ୍କା ନେବା ବେଳେ ମହିଳା ଜଣଙ୍କ ଜାଲ ନୋଟ୍ ଗୁଡ଼ିକୁ ଚିରି ଦେଇଥିବା ଦେଖିବାକୁ ମିଲିଥିଲା । ପୋଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଗୁଣୁପୁର ଡେରାସାହିରେ ଥିବା ତାଙ୍କ ଘର ଓ ଦୋକାନରେ ଚଢ଼ାଉ କରିଛି । କେବଳ ୪ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରି ଜାଲନୋଟ୍ କାରବାରର ଚେର କେଉଁଆଡ଼େ ଲମ୍ବିଛି ତାର ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular