ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ମୁମ୍ବାଇର ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି । ବୁଧବାର ଦିନ ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରବଳ ପବନ ସହ ବର୍ଷା ହୋଇଛି । ବର୍ଷାଋତୁର ପ୍ରଥମ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଆରବ ସାଗର ଫୁଲି ଉଠିବାରୁ ବୁଧବାର ଅପରାହ୍ଣରେ ଦକ୍ଷିଣ ମୁମ୍ବାଇର ଗିରଗାଓଁ ଚୌପାଟୀ ବାହାର ରାସ୍ତାରେ ପାଣି ମାଡ଼ି ଯାଇଥିଲା । ଗୁରୁବାର ଦିନ ଆହୁରି ପ୍ରବଳ ବର୍ଷା ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାଧରି ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପ୍ରବଳ ବର୍ଷା ପାଇଁ ମୁମ୍ବାଇ ହାଇକୋର୍ଟର ସମସ୍ତ ଶୁଣାଣିକୁ ବାତିଲ କରାଯାଇଛି । ଏହାଛଡ଼ା, ରତ୍ନଗିରି, ସିନ୍ଧୁଦୁର୍ଗ, ପୁଣେ, କୋହ୍ଲାପୁର,ସତରା ଭଳି ମହାରାଷ୍ଟ୍ରର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ବିଏମ୍ସି କହିବା ଅନୁସାରେ, ମୁମ୍ବାଇରେ ୨୧୫. ୮ ମିଲିମିଟର୍, ପୂର୍ବଉପନଗରରେ ୧୦୧.୯ ମିଲିମିଟର୍ ଏବଂ ପଶ୍ଚିମ ଉପନଗରରେ ୭୬. ୦୩ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି। ମାଲାବାର ହିଲ୍ ଏବଂ ପେଦ୍ଦାର ରୋଡ୍ରେ ୩୦୯ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି। ଗତ ୨୨ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ସର୍ବାଧିକ ବର୍ଷା ରେକର୍ଡ ବୋଲି ଦକ୍ଷିଣ ମୁମ୍ବାଇରେ ଥିବା କୋଲାବା ପାଣିପାଗ ଅବଜ୍ର୍ଭେଟରି କହିଛି। ମୂଷଳ ଧାରାରେ ବର୍ଷା ହେବା ଯୋଗୁଁ ନେରୁଲ୍ ଠାରେ ଥିବା ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ବ୍ୟାପକ କ୍ଷତି ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0