spot_img

ଇଂଲଣ୍ଡ- ପାକିସ୍ତାନ ଟେଷ୍ଟ ମ୍ୟାଚ: ପ୍ରଥମ ପାଳିରେ ପାକିସ୍ତାନ ୧୩୯/୨

ମାଞ୍ଚେଷ୍ଟର: ବୁଧବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ୨ ୱିକେଟ ହରାଇ ୧୩୯ ରନ କରିଛି । ବର୍ଷା ହେବା କାରଣରୁ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୪୯ ଓଭର ଖୋଳା ଯାଇପାରିଛି । ବାବର ଆଜମ ୬୯ ରନ୍ କରିଥିବା ବେଳେ ଶାନ ମସୁଦ ୪୬ ରନ କରିଥିଲେ ।
ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ କ୍ୟାପଟେନ ଅଜହର ଅଲୀ ଟସ୍ ଜିତି ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କ୍ରିସ ବୋକ୍ସ ର ପ୍ରଥମ ବଲରେ ହିଁ ବାବର ଆଉଟ ହେଉ ହେଉ ବଞ୍ଚିଗଲେ । ମାତ୍ର ପରେ ୧୦୦ ବଲ ଖେଳି ୧୧ଟି ଚୈାକା ସହାୟତାରେ ୬୯ ରନ୍ ହାସଲ କରିଥିଲେ । ବାବରଙ୍କୁ ସଲାମୀ ବ୍ୟାଟସମ୍ୟାନ ଶାନ ମସୁଦଙ୍କ ଭଲ ସହାୟତା ମିଳିଲା, ଯିଏକ୍ ୧୫୨ ବଲରେ ୭ଟି ଚୌକା ସାହାଯ୍ୟରେ ୪୬ ରନ୍ ହାସଲ କରି ଅପରାଜୟ ରହିଛନ୍ତି । ଜୋଫ୍ରା ଆର୍ଚର ଏବଂ ବୋକ୍ସ ପ୍ରଥମେ ପାକିସ୍ତାନକୁ ବଡ ଝଟକା ଦେଲେ । ଆବିଦ ଆଉଟ ହେବାର କିଛି ସମୟ ପରେ ବର୍ଷା ହେବାରୁ ଖେଳ ବନ୍ଦ ରଖାଯାଇଥିଲା । ପରେ ମ୍ୟାଚ ପୁଣି ଆରମ୍ଭ ହେବାର ୧୦ ମିନିଟ ଭିତରେ ଅଜହର ନିଜ ଖାତା ଖେଲିନଥିଲେ । ମାତ୍ର ବୋକ୍ସ ଅଜହର ଅଲୀଙ୍କୁ ଏଲବିଡବ୍ଲ୍ୟୁ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular