ଉମରକୋଟ: ତେଲ ନଦୀରେ ବୁଡି ୩ଶିଶୁଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ଉମରକୋଟ ଥାନା ତୋହରା ପଞ୍ଚାୟତରେ କୋଟଲଡିହି ଗାଁର ତିନି ଶିଶୁ ତେଲ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଭାସିଯାଇଥିଲେ । ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ନାବାଳକ ଅଛନ୍ତି । ଦୁଇ ନାବଳିକା ହେଲେ ରଶ୍ମୀତା ସାନ୍ତ ଓ ଶାନ୍ତି ଶାନ୍ତା । ନାବାଳକ ହେଲେ ଦଶରଥ ଶାନ୍ତ । ନଦୀର ସ୍ରୋତ ପ୍ରଖର ଥିବାରୁ ଗ୍ରାମବାସୀ ମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନଶମ ବିଭାଗ ଆସି ଉଦ୍ଧାର କରିଥିଲା । ସେତେବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0