ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲେଫ୍ଟନାଣ୍ଟଗଭଣ୍ଣନର ପଦରୁ ଇସ୍ତଫା ଦେବା ପରେ ଗିରିଶ ଚନ୍ଦ୍ର ମୁର୍ମୁ ଭାରତର ନୂତନ CAG (କମ୍ପୋଟଲର ଏବଂ ଅଡ଼ିଟର ଜେନେରାଲ) ଭାବେ ନିୟୁକ୍ତ ହୋଇଛନ୍ତି । ସେ ରାଜୀବ ମେହେରଷୀଙ୍କ ସ୍ଥାନ ନେବେ । ମୁର୍ମୁଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂତନ ଲେଫ୍ଟନାଣ୍ଟଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଥିଲା ଯେ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ମୁମୁ ର୍ କମ୍ପୋଟଲର ଏବଂ ଅଡ଼ିଟର ଜେନେରାଲ ଭାବରେ ନିଯୁକ୍ତ ହୋଇପାରନ୍ତି ।
ଓଡ଼ିଶାର ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଗୁରୁ ଦାୟିତ୍ୱ ଦିଆଯାଇଛି । ଭାରତର ନୂଆ (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ମିଳିଛି ନିଯୁକ୍ତି । ସେ ୧୯୮୫ ବ୍ୟାଚ୍ର ଗୁଜୁରାଟ୍ କ୍ୟାଡର ଆଇଏଏସ୍ ଅଫିସର । ନରେନ୍ଦ୍ର ମୋଦି ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ପ୍ରନ୍ସିପାଲ ସେକ୍ରେଟାରୀ ଭାବେ କାର୍ୟ୍ୟ ତୁଲାଇଥିଲେ । ଏଥିସହିତ ଶ୍ରୀ ମୁର୍ମୁ ଜମ୍ମୁ କଶ୍ମୀର ପ୍ରଥମ ଲେପ୍ଟନାଣ୍ଟ ଜେନେରାଲଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ତେବେ ସେ ବୁଧବାର ରାତିରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି ।
ଶ୍ରୀ ମୁର୍ମୁ ପାଖାପାଖି ୧ ବର୍ଷ ହେବ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ ନୂଆ ଲେଫ୍ଟନାଣ୍ଟ ଜେନେରାଲଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ହେଉଛନ୍ତି ମନୋଜ ସିହ୍ନା । ଜାମ୍ମୁ କାଶ୍ମୀରର ଦ୍ୱିତୀୟ ଉପ-ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗୁରୁବାର ସକାଳେ ମନୋଜ ସିହ୍ନାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଭବନ ତରଫରୁ ଘୋଷଣା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0