spot_img

ଆଜି ଜାତୀୟ ହସ୍ତତନ୍ତ ଦିବସ

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିନ ଆସିଲେ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଚଳନ କରିଥିବା ବିଭିନ୍ନ ଯୋଜନାର ତିଣ୍ଡିମ ପିଟନ୍ତି । ମାତ୍ର କୋରେଇ ବ୍ଲକର ଜହ୍ନାରେ ୨୫ଟି ତନ୍ତ ସବୁଦିନ ପାଇଁ ବନ୍ଦ ହୋଇଯିବା ପଛର କାରଣ କେବେ ଖୋଜିନାହାନ୍ତି କି ରାଜ୍ୟରେ ବୃତ୍ତି ହରାଇଥିବା ୩୦ ପ୍ରତିଶତ ବୁଣାକାରଙ୍କୁ ସେମାନଙ୍କ କୌଶଳ, ବୃତ୍ତିକୁ ଫେରିବା ପାଇଁ କେବେ ପ୍ରୟାସ କରି ନାହାନ୍ତି । ରଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ହିସାବ ମୁତାବକ , ରାଜ୍ୟରେ ୧ ଲକ୍ଷ ୩୦ ହଜାର ବୁଣାକାର ଅଛନ୍ତି । ଓଡିଶା ଶିଳ୍ପୀ ମହାସଂଘର ସୂଚନା ମୁତାବକ, ରାଜ୍ୟରେ ଏବେ ବି ୫ଲକ୍ଷ ବୁଣାକାର ଅଛନ୍ତି । ସରକାରୀ ହିସାବରେ ଥିବା ବୁଣାକାରମାନେ ବିଭିନ୍ନ ସମବାୟ ସମିତି ଜରିଆରେ ନିଜର ବୁଣା ହସ୍ତତନ୍ତକୁ ବିକ୍ରି କରି ଦେଉଛନ୍ତି କିନ୍ତୁ ବୁଣାକାରମାନଙ୍କ ପାଇଁ ବଜାର ନାହିଁ । ପଶ୍ଚିମାଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳ ମାନଙ୍କରେ ଯେଉଁ ବୁଣାକାର ଅଛନ୍ତି ଏବଂ ସମବାୟ ସମିତି ଅଧିନରେ ନାହାନ୍ତି । ସେମାନେ ନିଜର ବୁଣା ସାମଗ୍ରୀକୁଡିକ ବିକ୍ରି କରିବା ବେଳେ ଉଚିତ ମୂଲ୍ୟ ପାଆନ୍ତି ନାହିଁ । ଏହି ସବୁ କାରଣ ଯୋଗୁଁ ସେମାନେ ବାହାରେ ମୂଲ ଲାଗିବାକୁ ପସନ୍ଦ କରୁଛନ୍ତି ସିନା କିନ୍ତୁ କୈଶଲ ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି ବୋଲି କାହିଛନ୍ତି ଓଡିଶା ଶିଲ୍ପୀ ମହାସଂଘର ସମ୍ପାଦକ ପ୍ରିୟରଂଞ୍ଜନ କର । ଆଉ ମଧ୍ୟ କହିଛନ୍ତି ୯୦ ପ୍ରତିଶତ ବୁଣାକାରଙ୍କର ନିଜସ୍ୱ ଜମି ବାଡି ନାହିଁ । ତନ୍ତ ଯୋଗୁଁ ସେମାନଙ୍କର ଚୁଲି ଜଳେ । ମାତ୍ର ସେଥିରୁ ସେମାନେ ଉଚିତ ମୂଲ୍ୟ ପାଆନ୍ତି ନାହିଁ । ସରକାର ଶ୍ରମିକ, ସ୍ୱୟଂ ସହାୟକ ଗୋଷ୍ଠି, କୃଷକ, ବେସାହାରାଙ୍କୁ ଦୃଷ୍ଟିରେ ରଖି ୨୨ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ । ଅଥଚ ସେଥିରେ ବୁଣାକାରଙ୍କ ପାଇଁ କିଛି ରଖିଲେ ନାହିଁ । ସେହିପରି ସମବାୟ ସମିତି ସହ ସଂଶ୍ଳିଷ୍ଟ ବୁଣାକାର ବି କମ୍ ହଇରାଣ ହେଉନାହାନ୍ତି । ମା ତାରିଣୀ ବୁଣାକାର ସମବାୟ ସମିତିର ଆଶାକ କୁମାର ସ୍ୱଇଁ କହିଛନ୍ତି ଗୋପାଳପୁରର ୧୭ଟା ସମବାୟ ସମିତି ଉପରେ ୨୫ଶହ ବୁଣାକାର ନିର୍ଭରଶୀଳ । ଅନେକ ସ୍ଥାନରେ ସେଇ ସମାନ ସମସ୍ୟା ଳାଗି ରହିଛି । ତେଣୁ ବୁଣାକାର ଦିବସ ପାଳନ କରିବା ବେଳେ ସରକାର ଏହି ଦିଗଗୁଡିକ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ କର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular