spot_img

ଋିୟାଙ୍କ ସମ୍ପତ୍ତିର ଖୋଳତାଡ କରୁଛି ଇଡି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଏବେ ଇଡି ରିଆ ଚକ୍ରବର୍ତ୍ତି ଙ୍କ ଉପରେ ନଜର ରଖିଛି । ଇଡି ସୂତ୍ରରୁ ଜଣା ପଡିଛି ଯେ, ଗତ କିଛି ବର୍ଷରେ ରିୟାଙ୍କ ନେଟ୍ ଆୟ ୧୦ ଲକ୍ଷରୁ ୧୨ ଲକ୍ଷ ଏବଂ ତା ପରେ ୧୪ ଲକ୍ଷ ଯାଏଁ ପହଞ୍ଚିଛି । ଇନକମ୍ ଟାକ୍ସ ରିଟର୍ଣ୍ଣକୁ ଏହି ସୂଚନା ଦିଆଯାଇଛି । ରିୟାଙ୍କର ମୁମ୍ବାଇରେ ୨ଟି ଜାଗା କରିଥିଲେ । ଏଥିରୁ ଗୋଟିଏ ରିଆଙ୍କ ନାଁରେ ରହିଥିବା ବେଳେ ଅନ୍ୟଟି ରିଆଙ୍କ ଘରଲୋକଙ୍କ ନାଁରେ ରହିଛି । ରିଆଙ୍କ ଆୟ ତୁଳନାରେ ସମ୍ପତ୍ତିର ମୂଲ୍ୟ ଅଧିକ ବୋଲି ଇଡି ସନେ୍ଦହ କରୁଛି । ସେଥିପାଇଁ ଦୁଇଟି ଯାଗାର କାଗଜପତ୍ର ମାଗିଛି ଇଡି ।
ସୁଶାନ୍ତଙ୍କର ଦିଲ୍ଲୀରେ ଦୁଇଟି କମ୍ପାନୀ ରହିଥିବା ବେଳେ ତାର ତଦନ୍ତ ହେବା ଏବେ ବାକି ରହିଛି । ଏନେଇ ସୁଶାନ୍ତଙ୍କ ସିଏ କୁ ପଚାରାଉଚରା କରିସାରିଥିବା ବେଳେ ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ ଇଡି । ରିପୋର୍ଟ ଦେବା ପାଇଁ ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ଇମେଲ କରିଥିଲେ ମଧ୍ୟ କିଛି ଜବାବ ମିଳି ପାରିନାହିଁ । ଆଜି ଏନେଇ ରିୟାଙ୍କୁ ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯିବ । ସେପଟେ ରିୟାଙ୍କ ଚାଟାର୍ଡ ଆକାଉ ରିତେଶ ଶାହଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ସୁଶାନ୍ତଙ୍କ କମ୍ପାନୀ ଡାଇରେକ୍ଟର ତଥା ରିୟାଙ୍କ ଭାଇ ଶୋଭିକଙ୍କୁ ବି ଏନେଇ ଇଡି ପଚରାଉଚରା କରିବାକୁ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular