ଭୁବନେଶ୍ବର: ଜୁନ୍ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି ହୋଇଛି । ଜୁନ୍ ୧୭ରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତାମାନେ ଭେଟିଛନ୍ତି। ଏହି ଅବସରରେ ଅଧିକାଂଶ କଲେଜ ସଙ୍ଗରୋଧ କେନ୍ଦ୍ର ହୋଇଥିବା ନେଇ ବି ଉଭୟ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଧ୍ୟାପକ, ଅଫିସର ଓ କର୍ମଚାରୀ ଶିକ୍ଷାନୁଷ୍ଠାନରେ କ’ଣ କରିବେ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଯାହାକୁ ନେଇ ଅଧ୍ୟାପକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୋଟିଏ ପଟେ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ଅଗଷ୍ଟ୧୫ ପରେ ସ୍କୁଲ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ଏଭଳି ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0