spot_img

ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି

ଭୁବନେଶ୍ବର ୧୬।୬:ରାଜ୍ୟରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଆଜିଠାରୁ ବସ୍ ଭଡା ବୃଦ୍ଧି କରାଯାଇଛି । ମଙ୍ଗଳବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ବର୍ଦ୍ଧିତ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି ।
ମଙ୍ଗଳବାର ବିଭିନ୍ନ ତୈଳ କମ୍ପାନି ପକ୍ଷରୁ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଛି। ଏହାଫଳରେ କି ପେଟ୍ରୋଲର ଦାମ୍ ଏବେ ୭୬.୭୩ ଟଙ୍କା ଲିଟର ପିଛା ରହିଛି । ସେହିପରି ଡିଜେଲ୍ ଦର ଲିଟର ପିଛା ୭୫.୧୯ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular