spot_img

ଆଖଣ୍ଡଳମଣି ମନ୍ଦିର ପରିସର, ମୁଖ୍ୟରାସ୍ତା ହେବ ଜବରଦଖଲ ଉଛେଦ

ଭଦ୍ରକ: ଭଦ୍ରକ ଜିଲ୍ଳାର ପ୍ରସିଦ୍ଧ ଶୈବପୀଠ ଆରଡିରୁ ହଟିବ ଜବରଦଖଲ । ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁ ଜବରଦଖଲ ଉଛେଦ କରାଯିବ । ମୁଖ୍ୟରାସ୍ତା ସମେତ ମନ୍ଦିର ଚତୁଃପାଶ୍ୱର୍ ରାସ୍ତା, ଶିବଗଙ୍ଗା ପୁଷ୍କରିଣୀର ଚତୁଃପାଶ୍ୱର୍ରୁ ଜବର ଦଖଲ ଉଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବାବା ଆଖଣ୍ଡଳମଣିଙ୍କ ପୀଠ ଓଡିଶାର ଏକ ପୁରାତନ ଶୈବପୀଠ ହୋଇଥିବା ବେଳେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ମାତ୍ର ପୀଠ ପରିସର ଓ ମୁଖ୍ୟରାସ୍ତାର ସଂକୀର୍ଣ୍ଣତା ଯୋଗୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଆସୁଥିଲା । ଦୀର୍ଘ ଦିନ ହେବ ମନ୍ଦିର ପରିସର ଉଛେଦ ପାଇଁ କିଛି ସମାଜସେବୀ ସହ ସ୍ଥାନୀୟ ଲୋକେ ମଧ୍ୟ ଦାବି କରୁଆସୁଥିଲେ । ହାଇକୋର୍ଟ ନିର୍ଦ୍ଦେଶ ପରେ ମନ୍ଦିର ପରିସର ଜବରଦଖଲ ହେଲେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular