ଭୁବନେଶ୍ବର: ଆଜି ରାଜ୍ୟରେ ୧୮୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨,୩୫୯ ଥିବା ବେଳେ ଖୋର୍ଦ୍ଧାରେ ୫,୮୨୯, କଟକରେ ୨,୮୫୫, ଗଜପତିରେ ୧,୮୬୯, ଯାଜପୁରରେ ୧,୫୨୭, ବାଲେଶ୍ବରରେ ୧,୨୪୫, ଜଗତସିଂହପୁର ଜିଲ୍ଲାରେ ୮୩୭, ପୁରୀରେ ୧୧୨୬, କେନ୍ଦ୍ରାପଡ଼ାରେ ୬୩୫, ଭଦ୍ରକ ଜିଲ୍ଲାରେ ୮୫୪, ସୁନ୍ଦରଗଡ଼ରେ ୧୯୯୨, ବଲାଙ୍ଗୀରରେ ୫୮୮, କନ୍ଧମାଳରେ ୭୮୮, ମୟୂରଭଞ୍ଜରେ ୮୨୨, କୋରାପୁଟରେ ୧,୦୯୪, ନୟାଗଡ଼ରେ ୮୬୩, କେନ୍ଦୁଝରରେ ୧୦୦୮, ନୂଆପଡ଼ାରେ ୧୬୨, ଝାରସୁଗୁଡ଼ାରେ ୩୮୩, ଢେଙ୍କାନାଳରେ ୪୯୫, କଳାହାଣ୍ଡିରେ ୪୩୩, ବରଗଡ଼ ଜିଲ୍ଲାରେ ୫୭୬, ଅନୁଗୁଳରେ ୪୧୧, ମାଲକାନଗିରିରେ ୮୦୯, ସମ୍ବଲପୁରରେ ୮୭୫, ରାୟଗଡ଼ାରେ ୧,୩୨୫, ବୌଦ୍ଧରେ ୧୯୬, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୬, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୪୨ରେ ପହଞ୍ଚିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୬୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୭୦ରହିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0