ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ବଢୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଭବାନୀପାଟଣା ସହର ସଟ୍ଡାଉନ୍ ରହିବ । ସଟଡାଉନ ବେଳେ, ଘର ଘର ବୁଲି ଲୋକଙ୍କ ଲକ୍ଷଣ ଚିହ୍ନଟ କରାଯିବ । ଏଥିପାଇଁ ସହରର ୨୦ଟି ୱାର୍ଡରେ ଟିମ ନିୟୋଜିତ କରାଯାଇଛି ।
ସେହିପରି ନବଗଙ୍ଗପୁରରେ ମଧ୍ୟ କରୋନା ଗ୍ରାଫ ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଅଗଷ୍ଚ ୮ ତାରିଖ ପାହାନ୍ତା ୫ଟାରୁ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ସଟଡାଉନ ଜାରି କରିଛନ୍ତି ।
୧. ଡାକ୍ତରଖାନା, ନର୍ସିଂହୋମ, ସ୍ୱାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ
୨. ଜିଲ୍ଲା, ବ୍ଲକ, ମ୍ୟୁନିପାଲିଟି, ପୋଲିସ ଏବଂ ଅଗ୍ନୀଶମ ବିଭାଗର କର୍ମଚାରୀ ମାନେ ଅଫିସ ଯାଇପାରିବେ ।
୩. କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜରୁରୀକାଳୀନ କାର୍ୟ୍ୟ
୪. ଟେଲିକମ ସର୍ଭିସ ଏବଂ ପୋଟ୍ରୋଲ ପମ୍ପ ଖୋଲା ରହିବ
୫. ସାମ୍ବାଦିକଙ୍କୁ ସଟଡାଉନ୍ କାଳରେ କାର୍ୟ୍ୟ ପାଇଁ ଅନୁମତି
୬. ସଫେଇ କର୍ମଚାରୀ, ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ଜରୁରୀ ସାମଗ୍ରୀ ନେଇ ଯାନବାହାନ କରୁଥିବା ଗାଡ଼ିକୁ ଅନୁମତି ।
୭. ଶିଳ୍ପ ସ୍ଥାପନ, କାରଖାନା ଏବଂ ନିର୍ମାଣ କାମକୁ ଅନୁମତି
୮. କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପଶୁପାଳନ, ପ୍ରାଣୀ ଚିକିତ୍ସା ସେବା ଏବଂ ସହଯୋଗୀ କାର୍ୟ୍ୟକଳାପ, ମଣ୍ଡିରେ କ୍ରୟ ଇତ୍ୟାଦିକୁ ଅନୁମତି ।
୯. LT / lTeS, ହୋଟେଲ ଏବଂ ହସପିଟାଲିଟି ୟୁନିଟ୍ ସହିତ ସେବା କ୍ଷେତ୍ର ଶିଳ୍ପଗୁଡିକ ଏବଂ ସେମାନଙ୍କ ସହ ଜଡିତ କାର୍ଯ୍ୟାଳୟ ସହିତ ହୋଟେଲ ଏବଂ ହସପିଟାଲିଟି ୟୁନିଟ୍ ଗୁଡିକରେ କାର୍ୟ୍ୟ କରୁଥିବା କର୍ମଚାରୀ ଏବଂ ସଂପୃକ୍ତ କର୍ମଚାରୀଙ୍କ ଗତିବିଧିକୁ ଅନୁମତି ।
୧୦. ରାଜପଥରେ ପରିବହନ
୧୧. ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ସହିତ ବିବାହ ଏବଂ ଅନ୍ତିମ ସଂସ୍କାର
୧୨. ବସ୍ ଷ୍ଟେସନ ଏବଂ ଏହାଥିସହ ସଂପୃକ୍ତ କାର୍ୟ୍ୟାଳୟଗୁଡ଼ିକରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ଗମନାଗମନ
୧୩. ଖାଦ୍ୟ, ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଗୃହ ବିତରଣ
୧୪. କେବଳ ଜାତୀୟ ଏବଂ ରାଜ୍ୟ ରାଜପଥର ମୁଖ୍ୟ ସଡ଼କ ଗୁଡ଼ିକରେ ଢ଼ାବା କୋଲିବାର ଅନୁମତି
୧୫. ଦୁଗ୍ଧ ବୁଥ୍ ଖୋଲିବାକୁ ଅନୁମତି



Visitors Today : 0
Total Visitors : 130558
Total Views : 9892113
Visitors Online Now : 0