spot_img

କାମାକ୍ଷାନଗର ଏନ୍ଏସି ୩ ଦିନ ପାଇଁ ସଟଡ଼ାଉନ

ଢେଙ୍କାନାଳ : କରୋନା ସଂକ୍ରମିତ ହାର ପ୍ରତିଦିନ ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବାକୁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହିପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅଂଚଳକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏନେଇ ଢେଙ୍କାନାଳ ଜିଲ୍ଲାପାଳ ଘୋଷଣ କରିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଏନଏସିକୁ ୩ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୦ତାରିଖ ଠାରୁ ୧୨ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସଟ୍‌ଡାଉନ୍‌ ସମୟରେ ସମସ୍ତଙ୍କୁ କୋଭିଡ଼ କଟକଣା ମାନିବାକୁ ପଡିବ । ଯଦି କେହି ନିୟମ ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular