ସମ୍ବଲପୁର: ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ସହରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଉପଜିଲ୍ଲାପାଳଙ୍କ କୋର୍ଟ ପକ୍ଷରୁ୧୪୪ ଧାରା ଜାରି କରାଯାଇଛି । ଅଗଷ୍ଟ ୯ରୁ ୧୩ ତାରିଖ ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଧନୁପାଲିର ଭବନୀ ଫିଲ୍ଡ ,ସାକ୍ଷୀପଡ଼ାର ବ୍ୟାଙ୍କ କଲୋନୀ ଓ ଇସ୍କନ ମନ୍ଦିର ପଛପଟ, ଏନ ଗୁହା ଲେନ, ବଡ଼ବଜାରର ମାଲିପଡ଼ା, କାଲିବାଡ଼ିର ୱେସ୍କୋ କଲୋନୀ ଧନକଉଡ଼ାର ସରଳା, ଗୋପଲମାଲର ସାଇମନ୍ଦିର, ଗୋଲବଜାରର ନୟାପଡ଼ାରେ ଏହି ୧୪୪ ଧାରା ବଳବର୍ତ୍ତର ରହିବ । ତେବେ ଏହି ୧୪୪ ଧାରା ଅଗଷ୍ଟ ୯ରୁ ୧୩ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସବଡ଼ିଭିଜନାଲ ମାଜିଷ୍ଟ୍ରେଟ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0