ଧର୍ମଶାଳା: ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାଜପୁର ଜିଲ୍ଳାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ନକିଟସ୍ଥ ଭାଲୁଖାଇଠାରେ ଏକ କଣ୍ଟେନର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ଗତ କାଲି ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ଉଭୟଗାଡିର ଚାଳକ ଓ ହେଲପର୍ ଗୁରୁତର ହୋଇଛନ୍ତି । ଏଥିରେ ଉଭୟଗାଡିର ଚାଳକ ଓ ହେଲପର୍ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଧର୍ମାଶାଳା ଥାନା ପୋଲିସ ପହଞ୍ଚି ସୋମନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0