ନୂଆଦିଲ୍ଲୀ: ସାରା ଦେଶରେ ଭୟଙ୍କର ରୂପ ନେଉଛି କରୋନା । ଜନଜୀବନ ସହ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି ଏହାର ପ୍ରଭାବ । ଏହା ସତ୍ତ୍ୱେ କରୋନା ପାଇଁ ଜାରି ହୋଇଥିବା ଲକ୍ ଡାଉନ୍ ଏବେ ହଟୁଛି । ଧୀରେ ଧୀରେ ସ୍ୱାଭାବିକ ହେଉଛି ଜନଜୀବନ । ଏଭଳି ସଂକଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ପିଏମ୍ କିଷାନ ଯୋଜନା କୃଷକଙ୍କ ପାଇଁ ଆଣିଛି ଆଶାର କିରଣ । ହଳଷଷ୍ଠୀରେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୋଜଗାର ଓ ସ୍ୱରୋଜଗାର ପାଇଁ କୃଷକଙ୍କୁ ମିଳିବ ଅବସର । ମଣ୍ଡି ଟ୍ୟାକ୍ସରୁ ମୁକ୍ତ ହେବେ କୃଷକ । ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର୍ ଫଣ୍ଡ୍ରେ ବିତ୍ତୀୟ ସୁବିଧାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଲାଭବାନ ହେବେ ପ୍ରାୟ ଆଠ କୋଟି କୃଷକ । ପିଏମ୍ କିଷାନ୍ ଯୋଜନାରେ ପ୍ରାୟ ୧୭,୦୦୦ କୋଟି ଟଙ୍କା ପାଇବେ କୃଷକ । କୃଷି ଭିତ୍ତିଭୂମି ପାଣ୍ଠି ପାଇଁ ଘୋଷଣା ହୋଇଛି ଏକ ଲକ୍ଷ କୋଟି ଟଙ୍କ।। । ଆଠ କୋଟି କୃଷକଙ୍କ ପରିବାର ଆକାଉଣ୍ଟରେ ଏହି ଟଙ୍କା ଟ୍ରାନ୍ସଫର ହେବ । ଏହି ଯୋଜନାର ଯାହା ଲକ୍ଷ୍ୟ ଥିଲା, ତାହା ସଫଳ ହୋଇଛି ବୋଲି ମୋଦୀ କହିଛନ୍ତି । ଗତ ଦେଢ଼ ବର୍ଷ ଭିତରେ ଏହି ଯୋଜନା ମାଧ୍ୟମରେ ୭୫ ହଜାର କୋଟି ଟଙ୍କା ସିଧା କୃଷକଙ୍କ ଆକାଉଣ୍ଟକୁ ଯାଇଛି । ଏଥିରୁ ପ୍ରାୟ ୨୨ ହଜାର କୋଟି ଟଙ୍କା କରୋନା ମହାମାରୀ ସମୟରେ କୃଷକଙ୍କ ପାଖରେ ପହଞ୍ଚିଛି ବୋଲି ସେ କହିଛନ୍ତି । ଯୋଜନା ଆରମ୍ଭ ହେବାରୁ ଏଫ୍ପିଓ ୱେୟାର ହାଉସ୍ , କୋଲ୍ଡ୍ ଷ୍ଟୋରେଜ୍ , ଫୁଡ୍ ପ୍ରୋସେସିଂ ଆଦି ପାଇଁ ଏକ ଲକ୍ଷ କୋଟିର ସାହାଯ୍ୟ ମିଳିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0