spot_img

‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ

ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ଥ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସରକାର । ରାଜ୍ୟରେ କରୋନା ସ୍ଥିତି ଓ ଖରିଫ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କୃଷି ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା । ସମସ୍ତ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ତେବେ ଏମାନଙ୍କ ଭିତରୁ ଆଯୋଗ୍ୟ ହିତାଧିକାରୀ ଅଛନ୍ତି । ଯେଉଁ ମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ସେଭଳି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଟଙ୍କା ଫେରାଇାବା ଲାଗି ସେମାନଙ୍କ ପାଖକୁ ନୋଟିସ ପଠାଯାଇଥିଲା । ରାଜ୍ୟ ସରକାର ପ୍ରାୟ ୧ଲକ୍ଷ ୬ ହଜାର ଚାଷୀଙ୍କ ଠାରୁ ଟଙ୍କା ଆଦାୟ ପାଇଁ ନୋଟିସ୍ ଜାରି କରିଥିଲେ । ତେବେ ଏଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular