ଧର୍ମଗଡ଼: ପାରିବାରିକ କଳହକୁ ନେଇ ସାନ ଭାଇ ବେକରେ ଦଉଡ଼ି ଦେ଼ଇ ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଡ଼ ଭାଇ ଗୁରୁତର ଅବସ୍ଥାରେ ଭବାନିପାଟଣା ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଅନ୍ତର୍ଗତ ରଜମୋଟେର ଗାଁରେ ଏଭଳି ଘଟଣା ଘଟିଛି। ଧର୍ମଗଡ଼ ଥାନା ଅଧୀନସ୍ଥ ରଜମୋଟେର ଗାଁର ସନ୍ତୋଷ ଗହୀରଙ୍କ ବଡ଼ ପୁଅ ରବୀନ୍ଦ୍ର ଗହୀର ଓ ସାନ ପୁଅ ତୀର୍ଥ ରାଜ୍ ଗହୀର ଦୀର୍ଘ ଦିନ ଧରି କଳିଗୋଳ କରି ଆସୁଥିଲେ। ଗତକାଲି ବି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ଘରୁ ବାହାରି ଯାଇ ସାନଭାଇ ତୀର୍ଥ ଘରୁ ସାଇକେଲ ଧରି ବାହାରି ଯାଇ । ରାତିରେ ଖୋଜାଖୋଜି କରି ପରିବାର ଲୋକେ ବିଜୁ ଏକ୍ସପ୍ରେସ ନିକଟରେ ଥିବା ନିଜ ଜମିର ଏକ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।
ଏହି ଖବର ଶୁଣିବା ପରେ ବଡ଼ ଭାଇ ରବୀଦ୍ର ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ମେଡିକାଲରେ ଚିକିତ୍ସିତ କରାଯାଉଛି । ସାନ ଭାଇର ମୃତ୍ୟୁ ନେଇ ଥାନାରେ ଅଭିଯୋଗ ହେବା ପରେ ଧର୍ମଗଡ଼ ପୁଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0