spot_img

କେଉଁ ଜିଲ୍ଲାରୁ କେତେ କରୋନା ପଜିଟିଭ ? ଆସନ୍ତୁ ଜାଣିବା

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି ପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ  କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨,୮୫୫ ଥିବା ବେଳେ ଖୋର୍ଦ୍ଧାରେ ୬,୪୪୫, କଟକରେ ୩,୧୩୦ ଗଜପତିରେ ୧,୯୮୯, ଯାଜପୁରରେ ୧,୬୦୧, ବାଲେଶ୍ବରରେ ୧,୩୯୧, ଜଗତସିଂହପୁର ଜିଲ୍ଲାରେ ୮୭୦, ପୁରୀରେ ୧୨୭୩, କେନ୍ଦ୍ରାପଡ଼ାରେ ୬୫୧, ଭଦ୍ରକ ଜିଲ୍ଲାରେ ୯୧୪, ସୁନ୍ଦରଗଡ଼ରେ ୨୧୩୬, ବଲାଙ୍ଗୀରରେ ୬୩୭, କନ୍ଧମାଳରେ ୮୯୯, ମୟୂରଭଞ୍ଜରେ ୮୯୬, କୋରାପୁଟରେ ୧,୨୦୪, ନୟାଗଡ଼ରେ ୧୦୦୯, କେନ୍ଦୁଝରରେ ୧୦୩୮, ନୂଆପଡ଼ାରେ ୧୮୫, ଝାରସୁଗୁଡ଼ାରେ ୩୯୧, ଢେଙ୍କାନାଳରେ ୫୬୦, କଳାହାଣ୍ଡିରେ ୪୮୭, ବରଗଡ଼ ଜିଲ୍ଲାରେ ୬୩୪, ଅନୁଗୁଳରେ ୪୩୧, ମାଲକାନଗିରିରେ ୮୮୮, ସମ୍ବଲପୁରରେ ୧୦୦୧, ରାୟଗଡ଼ାରେ ୧୪୭୯, ବୌଦ୍ଧରେ ୨୦୩, ସୋନପୁର ଜିଲ୍ଲାରେ ୧୬୯, ଦେବଗଡ଼ ଜିଲ୍ଲାରେ ୧୦୧ ଓ ନବରଙ୍ଗପୁର ଜିଲ୍ଲାରେ ୩୬୦ରେ ପହଞ୍ଚିଛି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular