ଭଦ୍ରକ: ଲଗାଣ ବର୍ଷାରେ ସୀମା ଲଘିଂଛି ବୈତରଣୀ ନଦୀ । ଗତ କିଛି ଦିନ ହେବ ବୈତରଣୀ ନଦୀ ଫୁଲୁଥିଲା । ନଦୀ ପାଇଁ ଥିବା ୧୦୦ ଫୁଟର ସୁରକ୍ଷା ବନ୍ଧ ଧସିଛି । ଭଦ୍ରକର ବୋତକଠାରେ ନଦୀ ସୁରକ୍ଷା ବନ୍ଧରୁ ମାଟି ଅତଡା ଖସି ଆଖଣ୍ଡଳମଣି- ଯାଜପୁର ମୁଖ୍ୟ ରାସ୍ତାର ୧ଶହ ଫୁଟ ଧସି ଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବା ସହ ଜୁଆର କୂଳ ଲଘୁଂଛି । ବନ୍ୟାଜଳ ମୁଖ୍ୟରାସ୍ତା ଆସିବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଲେଣି । ଆଗକୁ ବର୍ଷା ଏପରି ଲାଗି ରହିଲେ ସମସ୍ୟ ଆହୁରି ଜଟିଳ ହୋଇଯିବ । ନଦୀ ବନ୍ଧର ସୁଦୃଢୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ନିମ୍ନମାନର କାମ ଯୋଗୁଁ ବାରମ୍ବାର ନଦୀ ବନ୍ଧ ଧସୁଥିବାରୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0