ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ‘ବାହୁବଲୀ’ର ଭଲ୍ଲାଲ ଦେବ । ହାଇଦ୍ରାବାଦରେ ଗତ ଅଗଷ୍ଟ ୮ ତାରିଖରେ ଏହି ବିବାହ ସମ୍ପନ୍ନ ହୋଇଛି । ଦୁଇଟି ପରମ୍ପରାରେ ହୋଇଥିଲା । କରୋନା ପାଇଁ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟ ସାମିଲ ହୋଇଥିଲେ । ହାଇଦ୍ରାବାଦର ପ୍ରସିଦ୍ଧ ରାମା ନାଇଡ଼ୁ ଷ୍ଟାଡ଼ିୟମରେ ଏହି ବିବାହ ଅନୁଷ୍ଠିତ ହୋଇଛି । ରାଣା ଓ ତାଙ୍କ ଲେଡ଼ି ଲଭ୍ ମିହିକା ବଜାଜଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ବିବାହ ସାତ ଫେରା ବେଳର ଏକ ଭିଡ଼ିଓ ମଧ୍ୟ ବେଶ୍ ଭାଇରାଲ ହୋଇଛି । ଈଷତ୍ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ମିହିକା ବେଶ୍ ସୁନ୍ଦର ଦିଶୁଥିଲେ ।

ବିବାହ ଉତ୍ସବରେ କରୋନା ଗାଇଡ଼୍ ଲାଇନ୍ର ପାଳନ କରାଯାଇଥିଲା । ବିବାହ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କର କରୋନା ଯାଞ୍ଚ ହୋଇଥିଲା । ସାଉଥ ସୁପରଷ୍ଟାର ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା, ସମନ୍ଥା ଓ ନାଗା ଚୈତନ୍ୟ ମଧ୍ୟ ରାଣାଙ୍କ ବିବାହରେ ସାମିଲ ହୋଇଥିଲେ । ମାତ୍ର ୩୦ ଜଣ ଖାସ୍ ଅତିଥି ମାସ୍କ ପିନ୍ଧି ଏଥିରେ ସାମିଲ ହୋଇଥିଲେ । ଉଭୟ ତେଲୁଗୁ ଓ ମାରୱାଡ଼ି ରୀତିନୀତିରେ ରାଣା ଓ ମିହିକାଙ୍କ ବିବାହ ସମ୍ପନ୍ନ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0