ସମ୍ବଲପୁର: ସମ୍ବଲପୁର ପୌରପରୀଷଦ ଅଞ୍ଚଳରେ ଲାଗୁ ହେଲା ୧୪୪ ଧାରା । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୦ଟି ଅଞ୍ଚଳରେ ପୁଣି ଲାଗୁ ହୋଇଛି କଟକଣା । ଆଜି ଠାରୁ ୧୬ ତାରିଖ ଯାଏଁ ୧୦ଟି ସ୍ଥାନରେ ୧୪୪ ଧାରା ଜାରି ରହିବ । ବଡବଜାର ହଟଲି ଛକ, ହୀରାକୁଦ କଲୋନୀ, ଝାଡୁଆପଡା ଶ୍ରଦ୍ଧାକର ସୁପକର ଗଳି, ପାଂଞ୍ଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସକ୍ଲୁସିଭ୍ କଲୋନୀ, ବରେଇପାଲିର ନୂଆପଠା, କଂସାରୀପଡା ଏହି ୧୦ଟି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଅଞ୍ଚଳ ଗୁଡିକ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏ ନେଇ ସମ୍ବଲପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ୧୬ ତାରିଖ ଯାଏଁ ଏହି ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0