ବେଙ୍ଗାଲୁରୁ: ମଙ୍ଗଳବାର ରାତିରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଜଣେ ଯୁବକ ଫେସବୁକରେ ଆପତ୍ତିଜନକ ପ୍ରସଙ୍ଗ ପୋଷ୍ଟ କରିବା କଥାରୁ ଏପରି ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୬୦ ଜଣ ପୋଲିସ୍ ଆହତ ହୋଇଛନ୍ତି । ସଂଘର୍ଷରେ ସମ୍ପୃକ୍ତ ଅନ୍ୟ ୧୧୦ ଜଣଙ୍କୁ ପୋଲିସ୍ ଗିରଫ କରିଛି ।
ଫେସବୁକ୍ ରେ ଘୃଣା ଉଦ୍ରେକକାରୀ ପୋଷ୍ଟ କରିଥିବା ଯୁବକ ଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତିଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ଏହି ପୋଷ୍ଟ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହିତ ବିଧାୟକଙ୍କ ବାସଭବନ ଉପରେ ଟେକା ପଥର ଫିଙ୍ଗିଥିଲେ । ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । କିନ୍ତୁ ଅନ୍ୟପଟେ ଏହା ସେ ପୋଷ୍ଟ କରିନାହାନ୍ତି ଏବଂ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଯୁବକ କହିଛନ୍ତି । ହିଂସାକାଣ୍ଡ ଘଟିବାରୁ ସହରର କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଆଇନକୁ କେହି ହାତକୁ ନେଇପାରିବେ ନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଅତିରିକ୍ତ ପୋଲିସ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ବି ବୋମାନି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0