spot_img

ସମ୍ବଲପୁର ୭ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁର ସହରରେ ପୁଣି ୭ଟି ସ୍ଥାନାରେ ଲାଗୁ ହୋଇଛି ୧୪୪ ଧାରା । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ।
ତେବେ ୧୪୪ ଧାରା ଲାଗୁ ହୋେଇଥିବା ସ୍ଥାନ ଗୁଡ଼ିକ ହେଲା ଖେତରାଜପୁରର କଡ଼ାମାଲ, କଲ୍ୟାଣୀ ରେସିଡେନ୍ସି, ମୋଦିପଡ଼ାର ଦେଉଳବନ୍ଧ, ଚର୍ଚ୍ଚ ସାମ୍ନାର ଖ୍ରୀଷ୍ଟିଆନ ପଡ଼ା, ବୁଡ଼ାବଜାର ଶାନ୍ତି ନଗର, ପେନସନପଡ଼ା, ଦୁର୍ଗାପାଲିର ତଳି ପଡ଼ା । ଏହି ୭ଟି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ଅଞ୍ଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ କରିବା ପାଇଁ ମନା କରାଯାଇଛି । କେତେକ କଟକଣା ମଧ୍ୟ ଜାରି କରାଯାଇଛି । ଯଦି କେହି କଟକଣା ନମାନନ୍ତ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଦେଖି ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular