spot_img

ଦେଶରେ ବେକାବୁ ହେଉଛି କରୋନା: ଦିନକରେ ୬୬,୯୯୯ ନୂଆ ଆକ୍ରାନ୍ତ, ୯୪୨ମୃତ ଚିହ୍ନଟ

ଦେଶରେ ଦିନକୁ ଦିନ ଅଣାୟତ ହେଉଛି କରୋନା ସ୍ଥିତି । ଆଜି ୨୪ ଘଣ୍ଟାରେ ୬୬ ହଜାର ୯ ଶହ ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦିନକରେ ୯୪୨ଜଣ କରୋନା ସଂକ୍ରମିତଙ୍କର ମୃତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ୬୬ ହଜାର ୯ଶହ ୯୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮ କୁ ବୃଦ୍ଧି ପାଇଛି । ସେପଟେ ୨୪ ଘଣ୍ଟାରେ ୯୪୨ ମୃତ୍ୟୁ କୁ ନେଇ ମୃତ୍ୟୁ ସଂଖ୍ୟା ୪୭ହଜାର ୩୩ ରେ ପହଁଞ୍ଚି ଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୬ ଲକ୍ଷ ୯୫ ହଜାର ୯୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ଲକ୍ଷ ୫୩ ହଜାର ୬୨୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular