ଚଳିତ ବର୍ଷ ଟ୍ୱିନ ସିଟିରେ ଏଥର ପୂଜା ମଣ୍ଡପରେ ଗଣେଶ ପୂଜା ଉପରେ ଲାଗିଲା କଟକଣା । ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସମ୍ଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ସେଥିପାଇଁ ଟ୍ୱିନ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ । କରୋନା ସଂକ୍ରମଣ ନ ବ୍ୟାପିବକୁ ଏଭଳି ପଦକ୍ଷେପ ନିଆଯାଇଛି । ତେଣୁ ଟ୍ୱିନ ସିଟିରେ ଗଣେଶ ପୂଜାକୁ ମନା ନିଷ୍ପତ୍ତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି କମିଶନରେଟ୍ ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0