ନୂଆଦିଲ୍ଲୀ: ‘ଟ୍ରାନ୍ମପାରେଣ୍ଟ ଟାକ୍ସେସନ: ଅନରିଂ ଦ ଅନେଷ୍ଟ’ ନାମରେ ଏକ ନୂଆ ପ୍ଲାଟଫର୍ମର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛ୍ୱତା ବୃଦ୍ଧି ପାଇଁ ଗୁରୁବାର ଏହି ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ, ଅପିଲ ଏବଂ ଟାକ୍ସପେୟର ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି ।
ଆଜିଠାରୁ ଫେସଲେସ୍ ଆସେସମେଣ୍ଟ ଏବଂ ଟାକ୍ସପେୟର ଚାର୍ଟର୍ ସୁବିଧା ଆରମ୍ଭ ହେଉଥିବା ବେଳେ ସେପଟେମ୍ବର ୨୫ରୁ ଫେସଲେସ୍ ଅପିଲ୍ ସେବା ଉପଲବ୍ଧ ହେବ । ସମଗ୍ର ଦେଶରେ ଫେସଲେସ୍ ଟିମ୍ ଆଇଟି ରିଟର୍ନ ପାଞ୍ଚ କରିବେ ସହିତ ଅଭିଯୋଗର ସମାଧାନ କରିବେ । ଜଣେ ସଚ୍ଚୋଟ କରଦାତା ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏହି ନୂତନ ବ୍ୟବସ୍ଥାରେ ସଚ୍ଚୋଟ କରଦାତାଙ୍କୁ ସମ୍ମାନ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗତ ୬ ବର୍ଷ ମଧ୍ୟରେ ଅଣ ବ୍ୟାଙ୍କକୁ ବ୍ୟାଙ୍କିଂ କରିବା ଏବଂ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷିତ ରଖିବା ଉପରେ ଧ୍ୟାନ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0