ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଦେଶର ସୁରକ୍ଷା ପାଇଁ କାମ କରୁଥିବା ପୁଲିସ କର୍ମଚାରୀଙ୍କୁ ସ୍ବତନ୍ତ୍ର ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ସମ୍ମାନିତ କରାଯିବାକୁ ଥିବା ପୁଲିସ କର୍ମଚାରୀଙ୍କ ସୂଚୀ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଓଡିଶାରୁ ୧୪ଜଣଙ୍କୁ ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପୁଲିସ ପଦକ ଦିଆଯିବା ସହ ୨ଜଣଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପ୍ରଦାନ କରାଯିବ।
ପୁଲିସ ପଦକରେ ସମ୍ମାନିତ ହେବାକୁ ଥିବା ଓଡ଼ିଶାର ୧୨ଜଣ ହେଲେ ଅଭିରାମ କର(ଅତିରିକ୍ତ ପୋଲିସ ଅଧୀକ୍ଷକ,ଭିଜିଲାନ୍ସ, କଟକ), ତାପସ ରଞ୍ଜନ ମହାପାତ୍ର(ସହକାରୀ କମାଣ୍ଡାଣ୍ଟ,ଏସଓଜି, ଭୁବନେଶ୍ବର), ଅନୀଲ କୁମାର ମିଶ୍ର(ଏସିପି, ଭୁବନେଶ୍ବର), ଅନୁପମା ମହାପାତ୍ର(ଡିଏସପି ଇନ୍-ଚାର୍ଜ, ଭିଜିଲାନ୍ସ, ଭୁବନେଶ୍ବର), ରାଜ କିଶୋର ପାଇକରାୟ(ଅତିରିକ୍ତ ଡିସିପି,ଭୁବନେଶ୍ବର), ଅଜୟ କୁମାର ଦାସ(ଇନ୍ସପେକ୍ଟର, ୟୁପିଡି, କଟକ), ଅତୁଲ କ୍ରିଷ୍ଣ ଦାସ(ଆଇପି,ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୱିଙ୍ଗ୍), ସରୋଜ କୁମାର ପଟେଲ(ଇନ୍ସପେକ୍ଟର, ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୱିଙ୍ଗ୍), ନିର୍ମଲ କୁମାର ମହାପାତ୍ର(ଇନ୍ସପେକ୍ଟର,ବରଗଡ଼), କିଶୋର ଚନ୍ଦ୍ର ବଳବନ୍ତରାୟ(ସୁବେଦାର, ପଞ୍ଚମ ଆଇଆର ବାଟାଲିୟନ, ବୌଦ୍ଧ), ରଥ ଲାକ୍ରା(ଓଏସଏପି, ଚତୁର୍ଥ ବାଟାଲିୟନ, ରାଉରକେଲା) ଏବଂ ମହମ୍ମଦ ଫଜଲ ଉମର(ଏପିଆର ହାବିଲଦାର, ଭିଜିଲାନ୍ସ, କୋରାପୁଟ) ରହିଛନ୍ତି।
ସେହିଭଳି ସମ୍ମାନଜନକ ରାଷ୍ଟ୍ରପତି ପୁଲିସ ପଦକ ଲାଗି ମନୋନୀତ ୨ଜଣ ହେଲେ କେ ଭେନୁଗୋପାଲ ଆଚାର୍ଯ୍ୟ (ଡିଏସପି ଭିଜିଲାନ୍ସ, ଭୁବନେଶ୍ବର) ଏବଂ ବିରଞ୍ଚି ନାରାୟଣ ସାହୁ (କନଷ୍ଟେବଳ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମି,ଭୁବନେଶ୍ବର)।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0