ଅନୁଗୋଳ : ପୋଲିସ ପଞ୍ଝାରେ ଏଟିଏମ ଲୁଟେରା । ଅନୁଗୋଳ ପୋଲିସ ଶୁକ୍ରବାର ୭ ଜଣିଆ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କୁ ଛତିଶଗଡ଼ ଗିରଫ କରିଛି ପୋଲିସ।
ଗିରଫ ଲୁଟେରାମାନେ ହରିୟାଣାର ବୋଲି ଜଣାପଡିଛି । ସେମାନଙ୍କଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିକଟରେ ଗିରଫ ହୋଇଥିବା ଲୁଟେରାମାନେ ଅନୁଗୋଳ କରଡାଗାଡ଼ିଆ ଏଟିଏମକୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟିଥିଲେ।
ଗୋଟିଏ ରାତିରେ ସେମାନେ ଅନୁଗୋଳ ଟାଉନର ୨ଟି ଏଟିଏମରୁ ଲୁଟିବା ପାଈଁ ଉଦ୍ୟମ କରିଥିଲେ। ସିସିଟିଭି ଫୁଟେଜରୁ ଏମାନଙ୍କୁ ଧରିଛି ପୋଲିସ। ଏମାନଙ୍କୁ ଆହୁରି ୨ ଦିନ ରିମାଣ୍ଡରେ ନେଇ ପଚରାଉଚୁରା କରିବ ବୋଲି ପୋଲିସ କହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0