ଭୁବନେଶ୍ୱର: ଓଡ଼ିଶା ପାଇଁ ଆସିଛି ଗର୍ବ ଏବଂ ଗୌରବ ର ଖବର । ଏକ ଜାତୀୟ ପତ୍ରିକା କଭର ପେଜରେ ସ୍ଥାନ ପାଇଲେ ଦୁଇ ଓଡ଼ିଆ ବିଧାୟକ । ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା “ଫେମ ଇଣ୍ଡିଆ” ତରଫରୁ ଭାରତର ଶ୍ରେଷ୍ଠ ବିଧାୟକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟରୁ ଚୟନ କରାଯାଇଥିବା ୫୦ ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଉଲ୍ଲେଖଯୋଗ୍ୟ ଯେ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ବିଧାୟକ ଅଟନ୍ତି ଓ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ କାର୍ୟ୍ୟରତ । ଅନନ୍ୟପକ୍ଷରେ ଶ୍ରେଷ୍ଠ ବିଧାୟକ ତାଲିକାରେ ଥିବା ତାରା ପ୍ରସାଦ ବାହିନୀପତି ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ଅଟନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0