spot_img

୩୯ ଶିଶୁଙ୍କ ଦେବଦୁତ ସାଜିଲେ ସୋନୁ . . .

ମନୁଷ୍ୟ ବିପଦରେ ପଡି ଭଗବାନକୁ ଡାକିଥାଏ । ହେଲେ ବିପଦରୁ ରକ୍ଷା କରିବାପାଇଁ ଭଗବାନ ନିଜେ ନଆସି ଏକ ଦେବଦୁତ ଧରାପୃଷ୍ଟକୁ ପଠାଇଥାନ୍ତି, ଯିଏ ହଜାର ହଜାର ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି । ବର୍ତ୍ତମାନର ସଂଙ୍କଟ ପରିସ୍ଥିତିରେ ଏପରି ଏକ ଦେବଦୁତ ସାଜିଛନ୍ତି ଅଭିନେତା ସୋନୁ ସୁଦ । କରୋନା ସମୟରେ ନିଃସ୍ୱାର୍ଥପର ଭାବେ ସେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ସାହାର୍ଯ୍ୟ କରି ଚାଲିଛନ୍ତି । ମାନବ ସେବା ଆଗରେ ସେ ଜାତି, ଧର୍ମ, ବର୍ଣ୍ଣ କୌଣସିର ପାର୍ଥକ୍ୟ ଦେଖିନାହାନ୍ତି । ଦେଶରେ ହେଉ ଅବା ଦେଶ ବାହାରେ ଯିଏ ଯେଉଁଠୁ ସାହାର୍ଯ୍ୟ ମାଗିଲେ ସେ ତାଙ୍କୁ ସାଙ୍ଗେସାଙ୍ଗେ ସାହାର୍ଯ୍ୟର ହାତ ବଢାଇଛନ୍ତି ।

ବର୍ତ୍ତମାନ ସେ ଆଉ ଏକ ମହତ କାମ କରିବାକୁ ଯାଉଛନ୍ତି । ସୋନୁ ଫିଲିପାଇନ୍ସରୁ ୩୯ ଜଣ ଶିଶୁଙ୍କୁ ଲିଭର ଟ୍ରାନ୍ସପ୍ଲାଟ ଅପରେସନ କରିବାପାଇଁ ଭାରତକୁ ଆଣୁଛନ୍ତି । ଏହି ଅପରେସନ ନୂଆଦିଲ୍ଲୀ ଠାରେ କରାଯିବାର ବ୍ୟବସ୍ଥା ଅଛି । ଶିଶୁମାନଙ୍କ ବୟସ ୧ ବର୍ଷରୁ ୫ବର୍ଷ ମଧ୍ୟରେ ରହିଛି । ସେଠାରେ ଅନେକ ପିଲା ଲିଭର ରୋଗରେ ପିଡିତ ଥିବାବେଳେ, କୋରନା ମହାମାରୀ ଯୋଗୁଁ ସେମନେ ଅପରେସନ ପାଇଁ ଆସିପାରୁନଥିଲେ । ଦୁଇଦିନ ମଧ୍ୟରେ ଏହି ଶିଶୁ ମାନଙ୍କୁ ଚିକିସôା ପାଇଁ ଭାରତ ଆଣୁଥିବା ସୋନୁ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ସୋନୁଙ୍କ ଲୋକମାନେ ଅନେକ ପ୍ରସଂଶା କରିଛନ୍ତି ।

ନିକଟରେ ଜଣେ ଛାତ୍ର ଟ୍ୱିଟକରି ୟୁପିଏସସି ବହି କିଣିବା ପାଇଁ ତାଙ୍କୁ ସାହାର୍ଯ୍ୟ ମାଗିଥିଲା । ବହି ନଥିବାରୁ ସେ ୟୁପିଏସସି ପାାଇଁ ପ୍ରସ୍ତୁତ ହେଇପାରୁନଥିଲେ । ରିଟ୍ୱିଟ କରି ତାଙ୍କୁ ଠିକଣା ମାଗିଥିଲେ ଓ ବହି ତାଙ୍କ ଘରେ ଯାଇ ପହଞ୍ଚିଯିବ ବୋଲି ସେ କହିଥିଲେ । ଏପରି ସାହାର୍ଯ୍ୟ କରି ସୋନୁ ସୁଦ ଭାରତର ହଜାର ହଜାର ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular