ଭୁବନେଶ୍ୱର: କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ମୁଖ୍ୟ ସଚିବ, ଏସଆରସି, କମିଶନରେଟ ପୁଲିସ, କଟକ ଜିଲ୍ଲାପାଳ, ସିଏମସି କମିଶନର ଓ ପୁଲିସ ଡ଼ିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
ତାଙ୍କ ପୂର୍ବରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମଧ୍ୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଦର୍ଶାଯାଇଛି, ପୂଜା ପାର୍ବଣ ଓ ପରମ୍ପରା ପାଳନ ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଜଣଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। କରୋନା କଟକଣା ଭିତରେ ଟୁଇନସିଟିରେ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ଆଇନଜୀବୀ। କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରାଯାଉ। ଲୋକେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି, ସବୁ ପ୍ରକାର କରୋନା କଟକଣାକୁ ମାନି ପୂଜା କରିବେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0