spot_img

ଦକ୍ଷିଣ ଆଫ୍ରିକା କ୍ରିକେଟର ସ୍ମିଥଙ୍କୁ ହତ୍ୟା ଧମକ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟର ନିର୍ଦେଶକ ତଥା ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥଙ୍କୁ ହତ୍ୟା ଧମକ ମିଳିଛି । ବର୍ଣ୍ଣବୈଷମ୍ୟ ବିବାଦ କାରଣରୁ ଏପରି ଧମକ ମିଳିଥିବା କୁହାଯାଉଛି । ବ୍ଲାକ ଲାଇଭ୍ ମ୍ୟାଟର୍ସ (ବିଏଲଏମ) କୁ ସମର୍ଥନ କରିବା ପରେ ସ୍ମିଥଙ୍କୁ ଏଭଳି ଧମକ ମିଳିଛି । ଜୁଲାଇ ମାସରେ ସ୍ମିଥଙ୍କ ଅଧିନାୟକତ୍ୱ ବେଳର ବହୁ ଖେଳାଳି ବର୍ଣ୍ଣବୈଷମ୍ୟ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ସ୍ମିଥଙ୍କୁ ଦୋଷ ଦେଇଥିଲେ । ଏବେ ମଙ୍ଗଳବାରେ ଅନୁଷ୍ଠିତ ୩ଟିସି ମ୍ୟାଚ୍ ବେଳେ ଉଭୟ ଦଳର ୨୪ ଖେଳାଳି, ମ୍ୟାଚ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ, ଭାଷ୍ୟକାର ପ୍ରମୁଖ ଆଣ୍ଠେଇବା ସହ ବିଏଲଏମ୍ ଲୋଗୋ ଥିବା ଆର୍ମବ୍ୟାଣ୍ଡ ପରିଧାନ କରିଥିଲେ । ଗ୍ରେମ୍ ସ୍ମିଥ ଓ ମାଖୟା ଏନଟିନିଙ୍କ ସହ ଅନ୍ୟ ବହୁ କର୍ମକତ୍ତ୍ା ସେଠାରେ ଉପସ୍ଥିତ ଥିଲେ । ଏହା ପରେ ପରିସ୍ଥିତି ଅଧିକ ଉଗ୍ର ହୋଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଲୁଙ୍ଗି ଏନଗିଡି ବିଏଲଏମ ଅଭିଯାନକୁ ପ୍ରଶ୍ନ କରିବା ସହ ବର୍ଣ୍ଣବୈଷମ୍ୟ ବିରୋଧୀ ସମର୍ଥନକୁ ପସନ୍ଦ କରନ୍ତି ବୋଲି କହିଥିଲେ । ଏହିଠାରୁ ବିବାଦର ସୃଷ୍ଟି ଆରମ୍ଭ ହୋଇଥିଲା । ଗୋଟିଏ ଦିନ ପରେ ପ୍ୟାଟ ସିମକକ୍ସ, ବୋଏଟା ଡିପେନାର, ରିଡି ଷ୍ଟେନ୍, ବ୍ରାଏନ୍ ମ୍ୟାକମିଲାନ ପ୍ରମୁଖ ଏନଗିଡିଙ୍କ ବିଚାରଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ଏନଗିଡିଙ୍କୁ ତାବ୍ରାଇଜ୍ ସାସମୀ, ରଶି ଭାନ୍ ଡେର୍ ଡୁସେନ୍, ଫାପ୍ ଡୁ ପ୍ଲେସିସ୍, ହାସିମ୍ ଆମଲା, ଅନରିଚ୍ ନର୍ଜେ, ମାରଜାନ୍ କାପ୍ ଏବଂ ଡ୍ୱାନ ପ୍ରିଟୋରିୟ୍ସ ପ୍ରମୁଖ ସମର୍ଥନ କରିଥିଲେ । ଏହାକୁ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟରେ ବର୍ଣ୍ଣବୈଷମ୍ୟ ମତବାଦୀଙ୍କ ଗରମାଗରମ ବାକ୍ୟ ବିନିମୟ ଜାରି ରହିଛି । ଏନଗିଡି କିନ୍ତୁ କିଛି ଭୁଲ୍ କହିନଥିବା ସ୍ମିଥ୍ ପ୍ରକାଶ କରିଛନ୍ତି । ତାଙ୍କ ପ୍ରତି ଅନ୍ୟ ଖେଳାଳିଙ୍କ ଆକ୍ରମଣତ୍ମାକ ଭାବନା ଭଲ ନୁହେଁ ବୋଲି ସ୍ମିଥ୍ ପ୍ରକାଶ କିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular