ନୂଆଦିଲ୍ଲୀ: ଚଳିତ ବର୍ଷର ଖେଳରତ୍ନ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି । କ୍ରିକେଟ ତାରକା ରୋହିତ ଶର୍ମା, ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍, ମହିଳା ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା ଏବଂ ଉଚ୍ଚ ଡିଆଁଳି ମାରିଆପ୍ପାନ ଥାଙ୍ଗାଭେଲ୍ଲୁ ଙ୍କ ନାମ ସୁପାରିସ୍ କରାଯାଇଛି । ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ତଥା ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ମନୋନୟନ ସମିତି ମଙ୍ଗଳବାର ସୁପାରିସ୍ କରିଛନ୍ତି । ରୋହିତ ଶର୍ମା ବିଶ୍ୱକପରେ ୫ ଶତକ ପାଇଁ ସ୍ୱୀକୃତି ପାଇଥିବା ବେଳେ ଭିନେଶଙ୍କୁ ୨୦୧୮ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରିଡାରେ ସ୍ୱର୍ଣ୍ଣ ଏବଂ ୨୦୧୯ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଁ ଖେଳରତ୍ନ ପୁରସ୍କାର ପାଇଁ ଯୋଗ୍ୟ ବୋଲି କୁହାଯାଉଛି । ସେହିପରି ଥାଙ୍ଗାଭେଲ୍ଲୁ ୨୦୧୬ ପିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମନିକା ବାତ୍ରା ମହିଳା ଏକକ ବର୍ଗରେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରିଡାରେ ସ୍ୱର୍ଣ୍ଣ ଏବଂ ଏସୀୟ କ୍ରିଡାରେ କାଂସ୍ୟ ପଦକ ଜିତି ଖେଳରତ୍ନର ଅନ୍ୟତମ ଦାବିଦାର ପାଲଟିଛନ୍ତି ।
ସୋମବାର କ୍ରିଡା ମନ୍ତ୍ରଣାଳୟର ମନୋନୟନ କମିଟି ଚଳିତ ବର୍ଷର ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମୋଟ ୨୮ ଜଣଙ୍କ ନା ସୁପାରିସ କରିଥିଲା । କମିଟି ସୋମବାର ଏକ ବୈଠକ ପରେ ଦ୍ରୋଣାଚାର୍ଯ୍ୟ ପାଇଁ ୧୩ ଏବଂ ଧ୍ୟାନଚାନ୍ଦ ପାଇଁ ୧୫ ଜଣିଆ ତାଲିକା ସୁପାରିସ କରିଛି । ଦ୍ରୋଣାଚାର୍ଯ୍ୟ ପୁରସ୍କାର ସୁପାରିସ୍ ତାଲିକାରେ ପ୍ରମୁଖ ନା ମଧ୍ୟରେ ଜୁଡେ ଫେଲିକ୍ସ, ରମେଶ ପଠାଣିଆ, ଯସପାଲ ରାଣା ଓ କୁଲଦୀପ ହଣ୍ଡୁ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0