spot_img

ପୁଣି ବଢିଲା ପେଟ୍ରୋଲ ଦରଦାମ୍

ପୁଣି ଦେଶରେ ପେଟ୍ରୋଲ ଦରବୃଦ୍ଧି ବଢିବାରେ ଲାଗିଛି । ଓଡିଶାରେ ମଧ୍ୟ ଏହା ଦେଖିବାକୁ ମିଳିଛି । ୩ଦିନ ଧରି ଯଦି ଆମେ ଦେଖିବା ଏହାର ଦରଦାମ ବଢିବାରେ ଲାଗିଛି । ଭୁବନେଶ୍ୱରରେ ଏହାର ଦରଦାମ୍ ବିଏସ-୬ ପେଟ୍ରୋଲର ଦରଦାମ ଲିଟର ପିଛା ୮୧ଟଙ୍କା ୪୪ ପଇସା ହୋଇଥିବାବେଳେ ଡିଜେଲ ଦାମ ୮୦ଟଙ୍କ ୩ପଇସା ରହିଛି । ଗତ ଜୁନ୍ ୨୯ ପରଠାରୁ ପେଟ୍ରୋଲ ଦାମରେ ୪୭ଦିନ ପର୍ଯ୍ୟନ୍ତ ବୃଦ୍ଦି ହୋଇନଥିଲା ବର୍ତ୍ତମାନ ପୁଣି ଥରେ ୧୪ ପଇସା ବଢିବା ସହ ଦରବୃଦ୍ଧିର ଆଉ ଏକ ଧାରା ଆରମ୍ଭ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ଟିକସ ଲଗାଇଥିବାରୁ ଦାମ୍ କମ ହେଉନାହିଁ । କରୋନା ମହାମାରୀ ପ୍ରଭାବରେ ବିଭିନ୍ନ ଉତ୍ସରୁ ସରକାରଙ୍କ ଆୟ ହାସ୍ର ପାଉଥିବାରୁ ପେଟ୍ରୋଲ ଓ ଡିଜେଲ ବିକ୍ରିରୁ ମିଳୁଥିବା ରାଜ୍ୱସକୁ ହାତଛଡା କରିବା ଲାଗି ସରକାର ଚାହିଁବେ ନାହିଁ । ନୁଆଦିଲ୍ଲୀରେ ବର୍ତ୍ତମାନ ଦରଦାମ୍ ୧୭ ପଇସା ବୃଦ୍ଧି ପାଇ ୮୦ଟଙ୍କା ୯୦ ପଇସା ବୃଦ୍ଧି ପାଇଛି । ଏବେ ଏକ ପ୍ରକାର ସ୍ଥିର ରହିଛି । କରୋନା ମହାମାରୀ ସଂକଟ ପାଇଁ ଏଭଳି ସ୍ଥିତି ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular