spot_img

ନବରଙ୍ଗପୁର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ନବରଙ୍ଗପୁର: ତିନି ଥର ବିଧାୟକ ହୋଇ ମଧ୍ୟ ବିଲରେ ଧାନ ଚାଷ କରୁଥିବା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ମନୋହର ରାନ୍ଧାରୀଙ୍କୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ। ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ୪୫ ବର୍ଷୀୟ ବିଜୁ ଜନତା ଦଳ ବିଧାୟକ ରାନ୍ଧାରୀ କହନ୍ତି, ଯୁବକମାନେ କ୍ଷେତକାମ କରିବାକୁ କୁଣ୍ଠିତ ହେବା ଅନୁଚିତ । ଫଟୋ ନିମନ୍ତେ ମୁଁ ଚାଷକାମ କରୁନାହିଁ । ଚାଷ ମୋର ବେଉସା ହେଇଥିବା ବେଳେ ବିଧାୟକତ୍ୱ ମୋ ପାଇଁ ଜନସେବାର ଉପାୟ । ବାପାଙ୍କର ଗୋଟିଏ ପୁଅ ହୋଇଥିବାରୁ ପିଲାଟି ଦିନରୁ ମୁଁ ଚାଷକାମରେ ବାପାଙ୍କୁ ସାହାଯ୍ୟ କରି ଆସୁଛି ।

କରୋନା ପାଇଁ ସଭା ସମିତି ସବୁ ବନ୍ଦ ଥିବା ବେଳେ ଘରେ ବସି ସମୟ ନଷ୍ଟ ନକରି ନିୟମିତ କ୍ଷେତକୁ ଯାଇ ଚାଷ କରୁଛନ୍ତି ବିଧାୟକ । ମନୋହରଙ୍କର ଏହି ଚଷା ପୁଅ ଅବତାରର ଭିଡ଼ିଓ ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ବିଧାୟକଙ୍କ କାର୍ଯ୍ୟକୁ ଯୁବ ପିଢି ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି । ବିଧାୟକଙ୍କ ପ୍ରେରଣାଦାୟୀ କାମକୁ ନେଇ ଉପରାଷ୍ଟ୍ରପତି ନିଜ ଟ୍ୱିଟରେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular