ମୁମ୍ବାଇ: ଲୋକପ୍ରିୟ ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା । ସେ ମୁମ୍ବାଇର ମାଟୁଙ୍ଗାରେ ନିଜ ମା’ଙ୍କ ସହିତ ରହୁଥିଲେ । ଆଜି ତାଙ୍କୁ ତାଙ୍କ ଘରର ବାଥଟବରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆତ୍ମହତ୍ୟା ନେଇ ସନେ୍ଦହ କରୁଛି । ଘଟଣାସ୍ଥଳରୁ ପୋଲିସକୁ ସୁଇସାଇଡ ନୋଟ୍ ମିଳିଥିବା ସୂଚନା ମିଳିଛି । ରାମ କାମତ ଦୀର୍ଘ ଦିନ ହେବ ମାନସିକ ଅବସାଦରେ ଥିଲେ ଏବଂ ଲକଡାଉନରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ପେଶାଗତ ଭାବେ ସେ ଜଣେ ଆର୍ଟିଷ୍ଟ ଓ ଫଟୋଗ୍ରାଫର ଥିଲେ । ତାଙ୍କ ଗ୍ଲାସ୍ୱାର୍କ ପେଣ୍ଟିଂ ମୁମ୍ବାଇର ଆର୍ଟ ସର୍କିଟରେ ଖୁବ୍ ପ୍ରସିଦ୍ଧ ଥିଲେ । ସେ ଜଣେ ମାଇଥୋଲୋଜିଷ୍ଟ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ପରିବାର ସଦସ୍ୟଙ୍କ ସହ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0