spot_img

ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ୍ ଖୋଲିଲା

କୋରାପୁଟ : କୋରାପୁଟ ଜିଲ୍ଲାରେ ୧୦ ରୁ ଅଧିକା ଦିନ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳପ୍ରପାତ ଡି.ଡ୍ୟାମ୍ ର ଗୋଟିଏ ଗେଟ୍ ୧ ଫୁଟ ଖୋଲା ହେଲା । ଡ୍ୟାମର କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୫୮୮.୬ ରହିଛି । ଜଳସ୍ତର ବୃଦ୍ଧି ପାଇବାରୁ ଗୋଟିଏ ଗେଟ୍ ଖୋଲାଯାଇଛି । ପ୍ରତିସେକେଣ୍ଡକୁ ଏକ ହଜାରେ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଏକ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି ।

ଲମତାପୁଟ ବ୍ଲକରେ ଗତକାଲି ୬୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଖପାଖର ଛୋଟ ଝରଣା ପାଣି ମିଶି ଡି .ଡ୍ୟାମର ପାଣି ରଖିବା କ୍ଷମତା ପାଖକୁ ଆସିଯାଇଥିବାରୁ ଗୋଟିଏ ଗେଟ୍ ଖୋଲାଯାଇଛି । ଲଗାଣ ବର୍ଷା ଯୋଗୁଁ ଡ୍ୟାମର ସବୁ କର୍ମଚାରୀ ସଜାଗ ରହିଛନ୍ତି । ଏହି ଭଳି ଯଦି ଲଗାଣ ବର୍ଷା ଜାରି ରୁହେ ରାତି ସୁଧା ଜଳସ୍ତର ବଢି ଲେ ଆହୁରି ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular