ଭୁବନେଶ୍ବର: ଆଜି ରାଜ୍ୟରେ ୨୮୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୨୦କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫,୭୨୪ ଥିବା ବେଳେ ଖୋର୍ଦ୍ଧାରେ ୧୦,୩୭୦, କଟକରେ ୪,୭୧୦, ଗଜପତିରେ ୨୪୮୮, ଯାଜପୁରରେ ୨୩୭୯, ବାଲେଶ୍ବରରେ ୨୫୩୮, ଜଗତସିଂହପୁର ଜିଲ୍ଲାରେ୧୨୧୮, ପୁରୀରେ ୨୨୩୯, କେନ୍ଦ୍ରାପଡ଼ାରେ ୯୬୨, ଭଦ୍ରକ ଜିଲ୍ଲାରେ ୧୮୦୪, ସୁନ୍ଦରଗଡ଼ରେ ୩୫୭୮, ବଲାଙ୍ଗୀରରେ ୧୧୮୪, କନ୍ଧମାଳରେ୧୬୫୩, ମୟୂରଭଞ୍ଜରେ ୧୬୫୪, କୋରାପୁଟରେ ୨୨୧୭, ନୟାଗଡ଼ରେ ୧୮୮୩, କେନ୍ଦୁଝରରେ ୧୩୭୦, ନୂଆପଡ଼ାରେ ୩୦୦, ଝାରସୁଗୁଡ଼ାରେ ୬୩୩, ଢେଙ୍କାନାଳରେ ୧୦୨୮, କଳାହାଣ୍ଡିରେ ୯୪୬, ବରଗଡ଼ ଜିଲ୍ଲାରେ ୧୦୧୦, ଅନୁଗୁଳରେ ୫୭୨, ମାଲକାନଗିରିରେ ୧୫୩୧ ସମ୍ବଲପୁରରେ ୧୬୭୭, ରାୟଗଡ଼ାରେ ୩୬୬୨, ବୌଦ୍ଧରେ ୬୯୯, ସୋନପୁର ଜିଲ୍ଲାରେ ୪୧୬, ଦେବଗଡ଼ ଜିଲ୍ଲାରେ ୧୪୦ ଓ ନବରଙ୍ଗପୁର ଜିଲ୍ଲାରେ ୫୯୯ରେ ପହଞ୍ଚିଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0