spot_img

ଚା ରେ ବିଷ ! ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ଲାଭାଲନିଙ୍କ ଅବସ୍ଥା ସଙ୍କଟାପନ୍ନ

ମସ୍କୋ: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନି ବିଷ ମିଶ୍ରିତ ଚାହା ପିଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥ ଅବସ୍ଥାରେ ସେ ଏକ ସାଇବେରୀୟ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗୁରୁବାର ସକାଳେ ସେ ସାଇବେରୀୟ ସହର ତୋମସ୍କସ୍ଥିତ ଏକ ବିମାନ ବନ୍ଦର କାଫେରେ ଚାହା ପିଇବା ପରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅବସ୍ଥା ଏତେ ସଙ୍କଟାପନ୍ନ ହୋଇପଡିଲା ଯେ, ବିମନକୁ ଓମସ୍କ ସହରରେ ଜରୁରୀ ଅବତରଣ କରାଗଲା । ସେଠାରୁ ତାଙ୍କୁ ଏକ ଷ୍ଟ୍ରେଚର ସାହାଯ୍ୟରେ ଡାକ୍ତରଖାନା ନିଆଗଲା । ତାଙ୍କ ମୁଖପାତ୍ର କିରା ୟାରମିସଙ୍କ କହିବା ଅନୁସାରେ ସେ ଏବେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି । ତାଙ୍କ ଚାହାରେ କେହି ବିଷ ମିଶାଇ ଥିବା ଅନୁମାନ କରାଯାଉଛି ବୋଲି କିରା କହିଛନ୍ତି । ତାଙ୍କର ଏହି ବୟାନ ପରେ କ୍ରେମଲିନରୁ ଦୂରେଇ ଯାଇଥିବା ବ୍ୟକ୍ତିବିଶେଷଙ୍କୁ ଦୀର୍ଘ ଦିନରୁ ବିଷ ଦିଆଯିବାରେ ଏହା ଏକ ସଦ୍ୟତମ ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି । ସୂଚନା ମୁତାବକ, ନାଭାଲନି ହେଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ଲେଫ୍ଟନାଣ୍ଟମାନଙ୍କର ବଡ ସମାଲୋଚକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular