spot_img

ଫୁଲୁଛି ବୈତରଣୀ ନଦୀ ଜଳସ୍ତର

ଭଦ୍ରକ: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ନଦୀ ଜଳସ୍ତର । ବର୍ତ୍ତମାନ ଜଳସ୍ତର ୧୭.୮୩ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଆଖୁଆପଦା ନିକଟରେ ବିପଦ ସଙ୍କେତ ରହିଛି । ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି । ଗତକାଲି ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବା ବେଳେ ଆଜି ସକାଳୁ ବିପଦ ସଙ୍କେତ ଛୁଇଁଛି । ଗତ ଦୁଇ ଦିନ ହେବ ଭଦ୍ରକ ଜିଲ୍ଳା ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିବା ଫଳରେ ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଫଳରେ ଧାମନଗର, ଡିହିଡିରେ, ଶହ ଶହ ହେକ୍ଟର ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular