spot_img

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ

ରାଞ୍ଚି : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ପତ୍ନୀ ରୂପି ସୋରେନ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଆଇସୋଲେଟ୍ କରାଯାଇଛି । ଶିବୁ ସୋରେନଙ୍କ ବୟସ ୭୬ ବର୍ଷରୁ ଅଧିକ । ତାଙ୍କ ପୁଅ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ଅର୍ଥାତ୍ ଅଗଷ୍ଟ ୨୪ ତାରିଖରେ ପୁଣି ଥରେ କରୋନା ଟେଷ୍ଟ କରାଯିବ । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଘରେ ମୁତୟନ ଥିବା ୧୭ ଜଣ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଶିବୁ ସୋରେନ୍ ଓ ତାଙ୍କ ପତ୍ନୀଙ୍କର କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପୂର୍ବରୁ ଝାଡଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ବନ୍ନା ଗୁପ୍ତା କରୋନା ସଂକ୍ରମିତ ଜଣା ପଡିଥିଲେ । ବନ୍ନା ଗୁପ୍ତା କ୍ୟାବିନେଟ ବୈଠକରେ ଭାଗ ନେଇଥିଲେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ । ବନ୍ନା ଗୁପ୍ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ମନ୍ତ୍ରୀଙ୍କ କରୋନା ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular