ଭୁବନେଶ୍ବର: ଆଜି ରାଜ୍ୟରେ ୨୮୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧିପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬,୦୭୮ ଥିବା ବେଳେ ଖୋର୍ଦ୍ଧାରେ ୧୧,୨୮୮, କଟକରେ ୫,୧୭୪, ଗଜପତିରେ ୨,୬୦୮, ଯାଜପୁରରେ ୨୫୭୯, ବାଲେଶ୍ବରରେ ୨୭୪୫, ଜଗତସିଂହପୁର ଜିଲ୍ଲାରେ ୧୨୮୭, ପୁରୀରେ ୨୪୩୫, କେନ୍ଦ୍ରାପଡ଼ାରେ ୧୧୧୩, ଭଦ୍ରକ ଜିଲ୍ଲାରେ ୨୦୦୬, ସୁନ୍ଦରଗଡ଼ରେ ୩୭୩୮, ବଲାଙ୍ଗୀରରେ ୧୩୧୧, କନ୍ଧମାଳରେ ୧୭୭୮, ମୟୂରଭଞ୍ଜରେ ୨୦୦୧, କୋରାପୁଟରେ ୨,୪୪୪, ନୟାଗଡ଼ରେ ୨୦୪୧, କେନ୍ଦୁଝରରେ ୧୩୯୮, ଝାରସୁଗୁଡ଼ାରେ ୭୬୮, ଢେଙ୍କାନାଳରେ ୧୧୫୫, କଳାହାଣ୍ଡିରେ ୧୦୫୦, ବରଗଡ଼ ଜିଲ୍ଲାରେ ୧୨୦୨, ଅନୁଗୁଳରେ ୬୨୪, ମାଲକାନଗିରିରେ ୧୬୯୫, ନୂଆପଡ଼ା ୩୦୪, ସମ୍ବଲପୁରରେ ୧୯୦୦, ରାୟଗଡ଼ାରେ ୨,୯୬୩ ବୌଦ୍ଧରେ ୫୧୬, ସୋନପୁର ଜିଲ୍ଲାରେ ୧୨୩, ଦେବଗଡ଼ ଜିଲ୍ଲାରେ ୧୪୨ ଓ ନବରଙ୍ଗପୁର ଜିଲ୍ଲାରେ ୪୬୧ରେ ପହଞ୍ଚିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୦୫୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫୮୨ ରହିଛି। ଏଣେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୦୫୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫୮୨ ରହିଛି। ଏଣେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0