ଅନୁିଗୋଳ: ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ସମଲ ଥାନା ଶିପୁର ଗାଁରେ ।
ସୂଚନାଯୋଗ୍ୟ ଯେ, ଦୁଃଖ ବାରିକଙ୍କ ଦୁଇ ପୁଅ ରଞ୍ଜନ, ନିରଞ୍ଜନ ଏକ ସେଲୁନ ଦେକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଦେକାନରୁ ଆୟ ହେଉଥିବା ଅର୍ଥକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତ୍ରଭୋଜନ ପରେ ଘରର ସମସ୍ତେ ଶୋଇଥିବା ବେଳେ ସାନଭାଇ ନିରଞ୍ଜନ ବାରିକ ବିଳମ୍ବିତ ରାତିରେ ବଡ଼ଭାଇ ଶୋଇ ଥିବା ଅବସ୍ଥାରେ ତାଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ଦେଇଥିଲେ । ଯାହାଫଳରେ କି ଘଟଣା ସ୍ଥଳରେ ହିଁ ବଡ ଭାଇ ରଞ୍ଜନ ବାରିକଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ନିରଞ୍ଜନ ସମଲ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ କରୁଛି ପୋଲିସ । ଆବଶ୍ୟକ ପଡିଲେ ଫରେନସିକ ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯିବାର ସମ୍ଭାବନା ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0